ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବାହାରେ ଫୋପାଡ଼ନ୍ତୁ ନାହିଁ ଏକ୍ସପାଏରୀ ମେଡିସିନ୍‌; ତୁରନ୍ତ ଫ୍ଲସ୍ କରିବାକୁ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନର ନିର୍ଦ୍ଦେଶ

Published By : Swapna Ray | July 9, 2025 12:10 PM

ନୂଆଦିଲ୍ଲୀ, ୯।୭: ଘରେ ଯଦି ଏକ୍ସପାଏରୀ ମେଡିସିନ୍‌ ରହିଛି ଏହାକୁ ଭୁଲ୍‌ରେ ବି ବାହାରେ ଫୋପାଡ଼ନ୍ତୁନି । ଏହାକୁ ତୁରନ୍ତ ଫ୍ଲସ୍ କରନ୍ତୁ । ଏଭଳି କିଛି ନିର୍ଦ୍ଦେଶ ଦେଇଛି କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ । କିଛି ଔଷଧ ମଣିଷ ବା ପଶୁଙ୍କୁ  କ୍ଷତି ପହଞ୍ଚାଇବାରୁ ରୋକିବା ପାଇଁ ଟଏଲେଟ୍ ଫ୍ଲସ୍ କରିବା ନିରାପଦ । ମୋଟ୍ ୧୭ଟି ଔଷଧର ତାଲିକା ପ୍ରକାଶ କରିଛି ଏହି ସଂସ୍ଥା । ଆପଣଙ୍କ ଘରେ ଯଦି ଏହି ଏକ୍ସପାଏରୀ ମେଡିସିନ୍ ରହିଛି, ତେବେ ଏହାକୁ ତୁରନ୍ତ ଫ୍ଲସ୍ କରନ୍ତୁ ।

ସାଧାରଣତଃ ଘରେ ଥିବା ଏକ୍ସପାଏରୀ ବା ପୁରୁଣା ଔଷଧକୁ ଆମେ ବାହାରେ କିମ୍ୱା ଡଷ୍ଟବିନ୍‌ରେ ଫୋପାଡ଼ି ଦେଇଥାଉ । କିନ୍ତୁ, ଏବେଠୁ ଫୋପାଡ଼ିବା ପୂର୍ବରୁ ଦୁଇଥର ଚିନ୍ତା କରନ୍ତୁ । କାରଣ ଆମେ ବାହାରେ ଫୋପାଡ଼ୁଥିବା ଏହି ଏକ୍ସପାଏରୀ ମେଡିସିନ୍‌ କାହାର ଜୀବନ ବି ନେଇପାରେ । ବାହାରେ ଥିବା ଡଷ୍ଟବିନ୍‌ ହେଉ କିମ୍ୱା ରାସ୍ତାରେ ପଡ଼ିଥିବା ଖାଦ୍ୟ ପଦାର୍ଥକୁ ପଶୁମାନେ ଖାଇଥାନ୍ତି । ଏହି ଏକ୍ସପାଏରୀ ଔଷଧକୁ ଖାଇବା ଫଳରେ ଏହା ସେମାନଙ୍କ ପାଇଁ ବିପଦଜନକ ହୋଇପାରେ । ମଣିଷ ବା ପଶୁଙ୍କୁ କ୍ଷତି ପହଞ୍ଚାଇବାରୁ ରୋକିବା ପାଇଁ ଟଏଲେଟରେ ଏହାକୁ ଫ୍ଲସ୍ କରିବା ହେଉଛି ଉପଯୁକ୍ତ ଉପାୟ । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଏଭଳି ନିର୍ଦ୍ଦେଶ ଦେଇଛି ଫାର୍ମାବିଜ୍ ରିପୋର୍ଟ ଅନୁଯାୟୀ, ତାଲିକାଭୁକ୍ତ ଅଧିକାଂଶ ଔଷଧ ହେଉଛି ଓପିଓଏଡ୍ ବା ନିଷିଦ୍ଧ ସିନ୍ଥେଟିକ୍ ଓପିଓଏଡ୍ । ଯାହାକୁ ଯନ୍ତ୍ରଣା, ଚିନ୍ତା ଏବଂ ଅନ୍ୟାନ୍ୟ ରୋଗର ଚିକିତ୍ସା ପାଇଁ ଖାଇଥାନ୍ତି ।

୧୭ ଏକ୍ସପାଏରୀ ଔଷଧର ତାଲିକା:

୧.ଫେଣ୍ଟାନିଲ

୨.ଫେଣ୍ଟାନିଲ ସିଟ୍ରେଟ୍

୩.ଡାଇଆଜେପାମ

୪.ବୁପ୍ରେନର୍ଫିନ

୫.ବୁପ୍ରେନର୍ଫିନ ହାଇଡ୍ରୋକ୍ଲୋରାଇଡ

୬.ମର୍ଫିନ ସଲଫେଟ୍

୭.ମେଥାଡୋନ ହାଇଡ୍ରୋକ୍ଲୋରାଇଡ

୮.ହାଇଡ୍ରୋମର୍ଫୋନ ହାଇଡ୍ରୋକ୍ଲୋରାଇଡ

୯.ହାଇଡ୍ରୋକୋଡୋନ ବାଇଟାର୍ଟ୍ରେଟ

୧୦.ଟାପେଣ୍ଟାଡୋଲ

୧୧.ଅକ୍ସିକୋଡୋନ ହାଇଡ୍ରୋକ୍ଲୋରାଇଡ

୧୨.ଅକ୍ସିକୋଡୋନ

୧୩.ଅକ୍ସିମର୍ଫୋନ ହାଇଡ୍ରୋକ୍ଲୋରାଇଡ

୧୪.ସୋଡିଅମ ଅକ୍ସିବେଟ

୧୫.ଟ୍ରାମାଡୋଲ

୧୬.ମେଥିଲଫେନିଡେଟ

୧୭.ମେପେରିଡିନ ହାଇଡ୍ରୋକ୍ଲୋରାଇଡ

ସିଡିଏସସିଓ ଅନୁଯାୟୀ, ଏହି ଔଷଧଗୁଡ଼ିକର ଏକ୍ସପାଏରୀ ଶେଷ ହେବା ପରେ ଏହାକୁ ଫ୍ଲସ୍ କରିବା ନିରାପଦ, କାରଣ ଏଗୁଡ଼ିକର ଅପବ୍ୟବହାର ବିପଜ୍ଜନକ ହୋଇପାରେ । ସିଡିଏସସିଓ କହିଛି, ଏହି ଔଷଧଗୁଡ଼ିକ ଗ୍ରହଣ କଲେ ଏହା ମଣିଷ ହେଉ କିମ୍ୱା ପଶୁ ଉଭୟଙ୍କ ଜୀବନ ପ୍ରତି ବିପଦ ଆଣିପାରେ । ଏପରିକି କିଛି ପରିସ୍ଥିତିରେ ଏହାର ଗୋଟିଏ ଡୋଜ୍ ଖାଇବା ବି ମାରାତ୍ମକ ହୋଇପାରେ । ଯଦି କୌଣସି ଔଷଧଗୁଡ଼ିକ ବ୍ୟବହାର ହୋଇନାହିଁ, କିନ୍ତୁ ସେସବୁ ଏକ୍ସପାଏରୀ ହୋଇଯାଇଛି, ତେବେ ସେଗୁଡ଼ିକୁ ତୁରନ୍ତ ଫ୍ଲସ୍ କରିଦିଅନ୍ତୁ । ମଣିଷ ଓ ପୋଷା ପଶୁମାନଙ୍କୁ ବିପଦରେ ନପକାଇବା ପାଇଁ ସିଡିଏସସିଓ ଏହି ପରାମର୍ଶ ଦେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.